President on 6-Day Odisha Sojourn: ଆଜିଠୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

Spread the love

ଆଜିଠୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ୫ଟି ଜିଲ୍ଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମ ରହିଛି। ପୁରୀ, ଖୋର୍ଦ୍ଧା, ବାଲେଶ୍ବର, ଯାଜପୁର, ମୟୂରଭଞ୍ଜରେ ରାଷ୍ଟ୍ରପତି ବିତାଇବେ ୬ ଦିନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି।ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି। ଆସନ୍ତା ୩ ତାରିଖ ସକାଳେ ପ୍ରାୟ ଦେଢ଼ ଘଣ୍ଟାରୁ ଅଧିକ ସମୟ ବିରଜା ମନ୍ଦିରରେ ବିତାଇବେ ମହାମହିମ।…

ସେଠୁ ସେ ଯିବେ ବାଲେଶ୍ବର। ଫକୀରମୋହନ ବିଶ୍ବବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ଭେଟିବେ । ୩ ତାରିଖ ସଂଧ୍ୟାରେ ପୁରୀରେ ପହଞ୍ଚି ରାତ୍ରୀଯାପନ କରିବେ। ୪ ତାରିଖରେ ଶ୍ରୀମନ୍ଦିର ସିଂହଦ୍ୱାରଠାରେ ରାଷ୍ଟ୍ରପତିଙ୍କୁ ଗଜପତି ମହାରାଜା, ସେବାୟତ ଏବଂ ପ୍ରଶାସନିକ ଅଧିକାରୀ ସ୍ୱାଗତ କରିବେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ଶ୍ବେତଗଙ୍ଗାରେ ପିଣ୍ଡ ଦାନ କରିବେ।ପୁରୀରୁ ୪ ତାରିଖରେ ରାଷ୍ଟ୍ରପତି ସିଧା ଯିବେ ମୟୂରଭଞ୍ଜ ରାଇରଙ୍ଗପୁର। ବିଶାଳ ସାଧାରଣ ସଭାକୁ ସମ୍ବୋଧନ କରି ଜନ୍ମମାଟିରେ ଲୋକଙ୍କୁ ଭେଟିବେ। ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶୁଭାରମ୍ଭ ବି କରିବେ।

ତା ପରଦିନ ଅର୍ଥାତ ୫ ତାରିଖ ଦିନ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ଦର୍ଶନ ପରେ ଅପରାହ୍ନରେ ସେ ଯଶୀପୁର ଦେଇ ପ୍ରକୃତିର ଶୋଭାରାଜି ଶିମିଳିପାଳ ଅଭୟାରଣ୍ୟକୁ ଯିବେ। ସେଠାରେ ତାଙ୍କର ରାତ୍ରୀଯାପନ କାର୍ଯ୍ୟକ୍ରମ ରହିଛି। ୬ ତାରିଖରେ ଶିମିଳିପାଳ ଅଞ୍ଚଳର ଆଦିବାସୀ ମହିଳା ଓ ଯୁବକଙ୍କ ସହ ଆଲୋଚନା କରିବେ।