Odisha Legislative Assembly : ଆଜି ବି ଚାଲିପାରିଲାନି ବିଧାନସଭାର ପ୍ରଶ୍ନକାଳ, ବିରୋଧୀ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ

Spread the love

ଆଜି ବି ଚାଲିପାରିଲାନି ପ୍ରଶ୍ନକାଳ। ବିଧାନସଭାରେ ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ । ଚାଷୀ ପ୍ରସଙ୍ଗରେ ହାତରେ ପ୍ଲାକାର୍ଡ ଧରି ବିରୋଧୀ ସଦସ୍ୟଙ୍କ ହୋହଲ୍ଲା ଓ ନାରାବାଜି। ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ବେ ବିରୋଧୀ ସଦସ୍ୟ ନିଜ ଆସନରେ ବସିନଥିଲେ। ଫଳରେ ଗୃହ କାର୍ଯ୍ୟ ୬ ମିନିଟ୍ ଚାଲିଲା ପରେ ବାଧ୍ୟହୋଇ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି। ଗୃହକୁ ଚଳାଇ ଦେଉନଥିବାରୁ ବିରୋଧୀଙ୍କୁ ସମାଲୋଚନା କରିଛି ଶାସକ ଦଳ। ବିଜେପି କହିଛି, ସରକାର ପ୍ରସ୍ତୁତ ଥିବାବେଳେ  ଚାଷୀଙ୍କ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ସଦସ୍ୟ ଇଚ୍ଛା ପ୍ରକାଶ କରୁନାହାନ୍ତି।

ସେପଟେ ଅପରାହ୍ନରେ ଆସିବ ୨୦୨୬-୨୭ ବଜେଟ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ। ଗତ ବର୍ଷ ରାଜ୍ୟ ସରକାର ମୂଳ ବଜେଟ ୨ଲକ୍ଷ ୯୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ଏଥର ବଜେଟ ଆକାର ୩ଲକ୍ଷ ୨୦ହଜାର କୋଟି ଛୁଇଁବ ବୋଲି ଆକଳନ କରାଯାଉଛି।

Leave a Reply

Your email address will not be published. Required fields are marked *