Magha Saptami:ଚନ୍ଦ୍ରଭାଗାରେ ଆସ୍ଥାର ବୁଡ଼

Spread the love

ମାଘ ସପ୍ତମୀ ପାଇଁ ଚଳଚଞ୍ଚଳ ଅର୍କକ୍ଷେତ୍ର। ଆଜି ଚନ୍ଦ୍ରଭାଗାରେ ବୁଡ଼ ପକାଉଛନ୍ତି ଶହ ଶହ ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ଚନ୍ଦ୍ରଭାଗା ତୀର୍ଥରେ ମହାସ୍ନାନ ପରେ ବୁଡ଼ ପକାଇ ସୂର୍ଯ୍ୟନାରାୟଣଙ୍କ ଦର୍ଶନ କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ପରମ୍ପରା ଅନୁଯାୟୀ  ତିନି ଠାକୁର ମାଧିପୁରର ତ୍ରିବେଣୀଶ୍ୱର, ସନ୍ଥପୁରର ଐଶାନେଶ୍ୱର୍ ଓ କୁରୁଜଙ୍ଗର ଦକ୍ଷିଣେଶ୍ୱର୍ ମହାପ୍ରଭୁଙ୍କ ଚନ୍ଦ୍ରଭାଗା ତୀର୍ଥରେ ମହାସ୍ନାନ ପରେ ବୁଡ଼ ପକାଇ ସୂର୍ଯ୍ୟନାରାୟଣଙ୍କ ଦର୍ଶନ କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ତିନି ଠାକୁର ବିମାନ ବିଜେ ହେବା ପରେ ଏକତ୍ର ବିରାଜମାନ ହୋଇ ଭୋଗ ଲାଗି ହୋଇଥିଲା।

ଭୋରରେ ତିନି ଠାକୁର ପାରମ୍ପରିକ ଶୋଭାଯାତ୍ରାରେ ଆସି ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚିବା ପରେ ମହାସ୍ନାନ ହୋଇଥିଲା। ପରେ ସ୍ବତନ୍ତ୍ର ନୀତିକାନ୍ତି ପରେ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ ମାନେ ବୁଡ଼ ପକାଇଥିଲେ । ପୌରାଣିକ ମତାନୁସାରେ ଏହି ପବିତ୍ର ଦିନରେ ସୂର୍ଯ୍ୟ ଭଗବାନ ବା ମିତ୍ରାଦିତ୍ୟଙ୍କ ଜନ୍ମ ଦିନ।