ICC Announces Record Prize Money: କିଏ ଜିତିବ T-20 ବିଶ୍ୱକପ୍? ବିଜେତାଙ୍କ ଉପରେ ହେବ ଟଙ୍କାର ବର୍ଷା

Spread the love

ଏଥର T-20 ବିଶ୍ୱକପ୍ ବିଜେତାଙ୍କ ଉପରେ ଟଙ୍କାର ବର୍ଷା କରିବ ICC। କେବଳ ବିଜେତା ନୁହଁନ୍ତି ଉପବିଜେତା, ସେମିଫାଇନାଲରେ ପରାଜିତ ଟିମ୍ ଉପରେ ଟଙ୍କାର ବର୍ଷା ହେବ। ତେବେ ଆସନ୍ତା କାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟାଇଟଲ ପାଇଁ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ। ତେବେ କିଏ ଜିତିବ। ଭାରତ ନା ନ୍ୟୁଜିଲ୍ୟାଣ୍ଡ, ତା ଉପରେ କ୍ରିକେଟ ଫ୍ୟାନ୍ସଙ୍କର ନଜର ରହିଛି। ଏହାରି ଭିତରେ ଏଥର ICC ରେକର୍ଡ ଭାଙ୍ଗି ପୁରସ୍କାର ରାଶି ବଣ୍ଟନ କରୁଛି। ରିପୋର୍ଟ ଅନୁଯାୟୀ, T20 ବିଶ୍ୱକପ୍ ୨୦୨୬ର ୱିନିଂ ଟିମ୍ କୁ ୩ ମିଲିୟନ ଡଲାର ଅର୍ଥାତ ପ୍ରାୟ ୨୭ କୋଟି ୫୦ ଲକ୍ଷ ଟଙ୍କା ମିଳିବ। ସେହିପରି ଉପବିଜେତା ୧.୬ ମିଲିୟନ ଡଲାର, ଅର୍ଥାତ୍ ପ୍ରାୟ ୧୪ କୋଟି ୬୭ ଲକ୍ଷ ଟଙ୍କା ଦିଆଯିବ। 

Leave a Reply

Your email address will not be published. Required fields are marked *