From Baramati to Deputy CM:ମହାରାଷ୍ଟ୍ର ରାଜନୀତିର ସେ ଥିଲେ ‘ଦାଦା’

Spread the love

ଅଜିତ ପାୱାର। ପୂରା ନାଁ ଅଜିତ ଅନନ୍ତରାଓ ପାୱାର। ମହାରାଷ୍ଟ୍ର ରାଜନୀତିର ସେ ଥିଲେ ଟାଣୁଆ ନେତା। ତାଙ୍କୁ ମହାରାଷ୍ଟ୍ର ପଲିଟିକ୍ସର ବେତାଜ ବାଦଶାହ ବୋଲି କୁହାଯାଉଥିଲା। ୪ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ମହାରାଷ୍ଟ୍ର ରାଜନୀତିରେ ଥିଲା ତାଙ୍କର ବେଶ୍ ଦବଦବା। ସମସ୍ତେ ତାଙ୍କୁ ଡାକୁଥିଲେ ‘ଦାଦା’।