Budget 2026 and women’s empowerment: ବଜେଟ୍ ୨୦୨୬: ଫୋକସରେ ମହିଳା ସଶକ୍ତିକରଣ

Spread the love

ଏଥର ଫୋକସରେ ମହିଳା ସଶକ୍ତିକରଣ। ଏବେ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ୫୦୦୦ ସହାୟତା ମିଳୁଛି। ଆର୍ଥିକ ସଶକ୍ତିକରଣ ପାଇଁ ଲକ୍ଷପତି ଦିଦି, ନମୋ ଡ୍ରୋନ୍ ଦିଦି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର। ୧୦  କୋଟି ମହିଳା ୯୧ ଲକ୍ଷ SHGରେ ସାମିଲ ହୋଇଛନ୍ତି। ମିଶନ ପୋଷଣ ୨.୦ରେ ୧୦ କୋଟି ମହିଳା ଓ ଶିଶୁ ଉପକୃତ ହେଉଛନ୍ତି। ଦେଶବ୍ୟାପୀ ଅପଗ୍ରେଡ କରାଯାଇଛି ୨ ଲକ୍ଷ ଅଙ୍ଗନବାଡି। ମହିଳା ଓ ବାଳ ଅପରାଧ ରୋକିବାକୁ ଫାଷ୍ଟ ଟ୍ରାକ୍ ଓ ପକସୋ କୋର୍ଟ ପ୍ରତିଷ୍ଠା କରିଛନ୍ତି ସରକାର। ଏଥର ବଜେଟରେ ମହିଳା ଓ ଶିଶୁ ବିକାଶ ଦିଗରେ ଆହୁରି ଅନେକ ପଦକ୍ଷେପ ଘୋଷଣା ସମ୍ଭାବନା ରହିଛି।