Budget 2026: ବଜେଟ୍ ୨୦୨୬: ନିର୍ମାଣ ହେବ ୭ ହାଇସ୍ପିଡ୍ ରେଲୱେ କରିଡର, ବାୟୋଫାର୍ମା ପାଇଁ ୧୦ହଜାର କୋଟି

Spread the love

କର୍ତ୍ତବ୍ୟଭବନରେ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନିର୍ମଳା ବଡ଼ ଘୋଷଣା କରି କହିଛନ୍ତି ଯେ, ଦେଶରେ ୭ଟି ହାଇସ୍ପିଡ୍ ରେଲୱେ କରିଡର ନିର୍ମାଣ ହେବ। ବାରଣାସୀ-ସିଲିଗୁଡ଼ି, ଦିଲ୍ଲୀ-ବାରଣାସୀ, ମୁମ୍ବାଇ-ପୁନେ, ବେଙ୍ଗାଲୁର-ଚେନ୍ନାଇ, ପୁନେ- ହାଇଦ୍ରାବାଦ, ହାଇଦ୍ରାବାଦ-ବେଙ୍ଗାଲୁର, ହାଇଦ୍ରାବାଦ-ଚେନ୍ନାଇ ହାଇସ୍ପିଡ୍ ରେଲୱେ କରିଡର ହେବ। ଛୋଟ ସହରରେ ତୀର୍ଥସ୍ଥଳକୁ ବିକଶିତ କରାଯିବ। ୫ ବର୍ଷରେ ୨୦ ନୂଆ ଜଳପଥ ନିର୍ମାଣ କରାଯିବ। ବାରଣାସୀ ଓ ପାଟନାରେ ଜାହାଜ ମରାମତି ଇକୋ ସିଷ୍ଟମ। ୨୦ ପର୍ଯ୍ୟଟନ ସ୍ଥଳରେ ୧୦ ହଜାର ଗାଇଡ୍‌ଙ୍କୁ ଦିଆଯିବ ଟ୍ରେନିଂ।

ସେହିପରି ଭାରତକୁ ବାୟୋଫାର୍ମା ହବ୍ କରିବାକୁ ବଡ଼ ଘୋଷଣା କରାଯାଇଛି। ବାୟୋଫାର୍ମା ଉଦ୍ୟୋଗ ପାଇଁ ୧୦ ହଜାର କୋଟି ନିବେଶ କରାଯିବ। ୫ ବର୍ଷରେ ବ୍ୟୟ କରିବା ନେଇ ନିର୍ମଳା ଘୋଷଣା କରିଛନ୍ତି।