Arun Sahoo’s ‘Peeda’ Sparks Debate: ‘ପୀଡା’ରେ କାହାକୁ ଟାର୍ଗେଟ କରିଛନ୍ତି ଅରୁଣ? 

Spread the love

ବିଜେଡି ବିଧାୟକ ଅରୁଣ ସାହୁଙ୍କ ବହି “ପୀଡ଼ା”କୁ ନେଇ ଚର୍ଚ୍ଚା। ଓଡ଼ିଆ ପଢି ନ ଆସିବା, ଲେଖି ନ ଆସିବା ଠାରୁ ବଳି ଅପମାନ ଜନକ କଥା କିଛି ନାହିଁ ବୋଲି ଲେଖିଛନ୍ତି ଅରୁଣ। ତେବେ କାହା ଉଦ୍ଦେଶ୍ୟରେ ଅରୁଣ ଏହି ପ୍ରସଙ୍ଗଟିକୁ ଲେଖିଛନ୍ତି ତାକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା।ନବୀନ ପଟ୍ଟନାୟକ ଆଜି ପର୍ଯ୍ୟନ୍ତ ଓଡ଼ିଆ ପଢି ପାରୁନଥିବା କି କହି ପାରୁନଥିବା ପ୍ରସଙ୍ଗକୁ ପରୋକ୍ଷରେ ଅରୁଣ ଉଲ୍ଲେଖ କରିଥିବା ଚର୍ଚ୍ଚା ଜୋର ଧରିଛି। ଓଡ଼ିଆ ପଢି ନ ଆସିବା, ଲେଖି ନ ଆସିବା, ଏହାଠାରୁ ବଳି ଆଉ ଅଧିକା କ’ଣ ଅପମାନଜନକ କଥା ହେଇପାରେ ବୋଲି “ପୀଡ଼ା”ରେ ଉଲ୍ଲେଖ କରିଛନ୍ତି ଅରୁଣ। ଅରୁଣଙ୍କ ଏହି ଓଡ଼ିଆ ପଢି ନଆସିବା, ଲେଖି ନ ଆସିବା ପ୍ରସଙ୍ଗ କାହା ଉଦ୍ଦେଶ୍ୟରେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। 

“ପୀଡ଼ା” ବହିରେ ଅରୁଣ ଉଲ୍ଲେଖ କରିଛନ୍ତି, ସହରୀ ସଭ୍ୟତାରେ କଥା କଥାରେ କହନ୍ତି ମୋତେ ଭଲରେ ଓଡିଆ ପଢ଼ି ଆସେନି, ଲେଖି ଆସେନି। ଏହାଠାରୁ ବଳି ଆଉ ଅଧିକା କ’ଣ ଅପମାନଜନକ କଥା ହେଇପାରେ ? ତଥାପି ସେମାନଙ୍କୁ ଦୋଷ ଦିଆଯାଇ ପାରେନା କାରଣ, ସେମାନେ ଉଚ୍ଚ ସୋପାନର ମଣିଷ। ଉଚ୍ଚ ଆକାଂକ୍ଷା।