Ajit Pawar’s Final Rites Today: କାନ୍ଦୁଛି ମହାରାଷ୍ଟ୍ର

Spread the love

ଅଜିତ ଦାଦାଙ୍କ ପାଇଁ କାନ୍ଦୁଛି ମହାରାଷ୍ଟ୍ର। ସ୍ୱର୍ଗତ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଆଜି ହେବ ଶେଷକୃତ୍ୟ। ବାରାମତୀ ମେଡିକାଲରୁ ପାର୍ଥୀବ ଶରୀର ଏକ ବିଶାଳ ଶୋଭାଯାତ୍ରାରେ ନିଆଯାଉଛି। ପୂର୍ବାହ୍ନ ୧୧ଟାରେ ବାରାମତୀର ବିଦ୍ୟା ପ୍ରତିଷ୍ଠାନ ପଡ଼ିଆରେ ହେବ ଅନ୍ତିମ ସଂସ୍କାର।ଏଥିରେ ସାମିଲ ରହିବେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ। ଅଜିତଙ୍କ ସମ୍ମାନରେ ତିନି ଦିନିଆ ରାଜ୍ୟ ଶୋକ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର। ଗତକାଲି ଅଜିତ୍ ପାୱାରଙ୍କ ପ୍ଲେନ୍ କ୍ରାସରେ ନିଧନ ହୋଇଛି। ବୁଧବାର ସକାଳେ ମୁମ୍ବାଇରୁ ବାରାମତୀକୁ ଦଳୀୟ ସଭାରେ ଯୋଗଦେବାକୁ ଯିବାବେଳେ ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। 

ଯେଉଁଥିରେ ୨ ପାଇଲଟଙ୍କୁ ମିଶାଇ ୫ଜଣଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ର ରାଜନୀତିରେ ଦୀର୍ଘ ୪ ଦଶନ୍ଧୀ ଧରି ଦବଦବା ରଖିଥିଲେ ଅଜିତ୍ ପାୱାର। ୧୯୯୫ରେ ପ୍ରଥମ ଥର ବାରାମତୀରୁ ବିଧାୟକ ହୋଇ ଲଗାତର ୭ ଥର ଜିତି ଥିଲେ। ଥରେ ସାଂସଦ ବି ଥିଲେ। ସର୍ବାଧିକ ୬ ଥର ଉପ-ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ରହିଛି ଅଜିତଙ୍କ ନାଁରେ।