Abhijit Majumdar Laid to Rest: ମେଲୋଡି କିଙ୍ଗ ଅଭିଜିତ ମଜୁମଦାରଙ୍କ ଶେଷକୃତ୍ୟ ସଂପନ୍ନ

Spread the love

ପଞ୍ଚଭୂତରେ ବିଲୀନ ହୋଇଗଲେ ମେଲୋଡ଼ି କିଙ୍ଗ୍ ଅଭିଜିତ ମଜୁମଦାର୍। ପୁରୀ ସ୍ବର୍ଗଦ୍ବାରରେ ଦାଦାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅଭିଜିତଙ୍କ ପୁଅ ମୁଖାଗ୍ନି ପ୍ରଦାନ କରିଥିବାବେଳେ ଶହ ଶହ ପ୍ରଶଂସକ, ଆତ୍ମୀୟ ପରିଜନ ଓ କଳାକାର ଉପସ୍ଥିତ ରହିଥିଲେ। ସମସ୍ତେ ଲୁହ ଛଳଛଳ ଆଖିରେ ଅଭିଜିତଙ୍କୁ ଶେଷ ବିଦାୟ ଜଣାଇ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।… ୧୯୭୧ ମସିହାରେ ସମ୍ବଲପୁରରେ ଜନ୍ମିତ ଅଭିଜିତ୍ ମଜୁମଦାରଙ୍କ ଜୀବନ ସଂଗୀତ ଦୁନିଆ ପାଇଁ ଥିଲା ଉତ୍ସର୍ଗୀକୃତ। ୧୯୯୧ରେ ‘ଦସ୍କି ଗଲା’ ସହ ସଙ୍ଗୀତ ଜଗତରେ ପାଦ ଥାପିଥିଲେ ଦାଦା, ହେଲେ ପରେ ଜଣେ ଅଧ୍ୟାପକ ଭାବେ ଚାକିରି ଆରମ୍ଭ କରି ୧୯୯୬ରେ ତାକୁ ଛାଡ଼ି କଟକକୁ ବାଛିଥିଲେ କର୍ମଭୂମୀ ଭାବେ, ୨ ହଜାର ମସିହାରେ କାଶିଆ କପିଳା ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଓଲିଉଡରେ ଡେବ୍ୟୁ କରିଥିଲେ ଦାଦା। ତା ପରେ ଆରମ୍ଭ ହୋଇଥିଲା ତାଙ୍କ ହିଟ୍ ଗୀତର ଧାରା…ଓଡ଼ିଆ ସିନେମା ଓ ସଙ୍ଗୀତ ଇଣ୍ଡଷ୍ଟ୍ରିରେ ଦୀର୍ଘ ୩୦ ବର୍ଷ ଧରି ଚଳାଇଥିଲେ ରାଜ୍।