77th Republic Day:ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ

Spread the love

ଦିଲ୍ଲୀରୁ ପଲ୍ଲୀ ସବୁଠି ଗଣତନ୍ତ୍ର ଦିବସର ଉତ୍ସାହ। ଆଜି ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ। ଚାରିଆଡେ ଫର ଫର ହୋଇ ଉଡୁଛି ତ୍ରିରଙ୍ଗା ।  ଦିଲ୍ଲୀ କର୍ତ୍ତବ୍ୟପଥରେ ପରେଡ ପାଇଁ ହୋଇଛି ବିଶେଷ ଆୟୋଜନ। ପରେଡରେ ଅଭିବାଦନ ଗ୍ରହଣ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଜୟ ଚୌକରୁ ଲାଲକିଲ୍ଲା ଯାଏଁ ପରେଡ୍ ହେବ।ଯେଉଁଥିରେ ଶକ୍ତି, ସୌର୍ଯ୍ୟ ଏବଂ ପରାକ୍ରମ ପ୍ରଦର୍ଶନ କରିବେ ଭାରତୀୟ ସେନା ଓ ସଶସ୍ତ୍ର ବାହିନୀର ବୀର ଯବାନ। ଭାରତୀୟ ସେନାର ଟ୍ୟାଙ୍କ, କ୍ଷେପଣାସ୍ତ୍ର  ଏବଂ ଅନ୍ୟ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ପ୍ରଦର୍ଶିତ ହେବ। ସାରା ବିଶ୍ବ ଦେଖିବ ଗଣତନ୍ତ୍ର ଦିବସ ପରେଡରେ ଭାରତର ସମୃଦ୍ଧ ଐତିହ୍ୟ, ସାମରିକ ଶକ୍ତି ଓ ସାଂସ୍କୃତିକ ବିବିଧତା । କର୍ତ୍ତବ୍ୟ ପଥରେ ମନମୋହିବ ବିଭିନ୍ନ ରାଜ୍ୟର ପ୍ରଜ୍ଞାପନ ମେଢ଼। ଏବର୍ଷ ଗଣତନ୍ତ୍ର ଦିବସ ସମାରୋହରେ ମୋଟ ୩୦ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ।

ଯେଉଁଥିରେ ବିଭିନ୍ନ ରାଜ୍ୟର ୧୭ଟି ଏବଂ ବିଭିନ୍ନ ମନ୍ତ୍ରଣାଳୟର ୧୩ଟି ପ୍ରଜ୍ଞାପନ ମେଢ଼ ସାମିଲ ହେବ। ଚଳିତବର୍ଷ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହୋଇଛନ୍ତି ୟୁରୋପୀୟ କାଉନସିଲ ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଓ ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲିୟେନ୍ । ଏନେଇ ରାଜଧାନୀ ନୂଆଦିଲ୍ଲୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।